କାଛୁ
କାଛୁ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | ସଂକ୍ରାମକ ରୋଗ[*] |
ଆଇସିଡ଼ି-୧୦ | B86. |
ଆଇସିଡ଼ି-୯-ସିଏମ୍ | 133.0 |
ରୋଗ ଡାଟାବେସ | 11841 |
ମେଡ଼ିସିନ-ପ୍ଲସ | 000830 |
ଇ-ମେଡ଼ିସିନ | derm/382 emerg/517 ped/2047 |
Patient UK | କାଛୁ |
MeSH | D012532 |
କାଛୁ ବା ସାତ ବର୍ଷିଆ ଗଲୁ ଏକ ଚର୍ମ ସଂକ୍ରମଣ ଯାହା ସାର୍କୋପ୍ଟେସ ସ୍କାବି ନାମକ ଉକୁଣି ଜାତୀୟ ଜୀବର ସଂକ୍ରମଣ ଯୋଗୁ ହୁଏ ।[୧][୨] ଏହାର ସାଧାରଣ ଲକ୍ଷଣ: ଗଲୁ ଓ ଏକ ବ୍ରଣ ଭଳି ରାସ । ବେଳେ ବେଳେ ଚର୍ମରେ କ୍ଷୁଦ୍ର କଣା ଦେଖାଯାଏ । ପ୍ରଥମ ସଂକ୍ରମଣର ୨ରୁ ୬ ସପ୍ତାହ ପରେ ଲକ୍ଷଣ ଆରମ୍ଭ ହୁଏ । ଦ୍ୱିତୀୟ ଥର ସଂକ୍ରମଣ ହେଲେ ଗୋଟିଏ ଦିନରେ ଲକ୍ଷଣ ଆରମ୍ଭ ହୁଏ । ଏହି ଲକ୍ଷଣ ସମୂହ ସାରା ଦେହରେ ଦେଖାଯାଇପାରେ କିନ୍ତୁ କଚଟି, ଆଙ୍ଗୁଳି ସନ୍ଧି ଓ ଅଣ୍ଟାଗାରରେ ହୁଏ । ମୁଣ୍ଡରେ ସାଧାରଣତଃ ଅଳ୍ପ ବୟସ ପିଲାଙ୍କର ହୁଏ, ବଡ଼ ପିଲା ଓ ବୟସ୍କ ଲୋକଙ୍କର ହୁଏ ନାହିଁ । ଅଧିକାଂଶ ସମୟରେ ରାତିରେ ଗଲୁ ହେ । କୁଣ୍ଡେଇବାଦ୍ୱାରା ଚର୍ମରେ କ୍ଷତ ସୃଷ୍ଟି ହୋଇ ସଂକ୍ରମଣ ହୁଏ । [୩] କାଛୁ ରୋଗ ଏକ ପ୍ରକାର ଉକୁଣିଜାତୀୟ ପ୍ରାଣୀ (ଇଂରାଜୀ ଭାଷାରେ ମାଇଟ/ Mite) ସାର୍କୋପ୍ଟେସ ସ୍କାବିଦ୍ୱାରା ସଂକ୍ରମିତ ହୁଏ । [୧] ସାର୍କୋପ୍ଟେସ ମଣିଷ ଚର୍ମରେ କଣା କରି ରହେ ଓ ଅଣ୍ଡା ଦିଏ । [୧] ଏହି ସଂକ୍ରମଣରେ ମାଇଟ ପ୍ରତି ଦେହରେ ଆଲର୍ଜି ସୃଷ୍ଟି ହୁଏ । [୩] ଅଧିକାଂଶ ସମୟରେ କେବଳ 10ରୁ 15ଟି ମାଇଟ ସଙ୍କ୍ରମଣରେ ରହନ୍ତି । [୩] ଅଧିକାଂଶ ସମୟରେ ଦୀର୍ଘ ସମୟ ଧରି ସଂସ୍ପର୍ଶରେ (ଯେପରି ଯୌନ ସମ୍ପର୍କ) ରହିଲେ ରୋଗୀ ଚର୍ମରୁ ସିଧା ସଳଖ ସୁସ୍ଥ ଲୋକକୁ ବ୍ୟପିବା ଦେଖାଯାଏ । [୧] ଲକ୍ଷଣ ବାହାରିବା ପୂର୍ବରୁ ମଧ୍ୟ ଜଣକର ଦେହରୁ ସଂକ୍ରମଣ ହୋଇପାରିବ । [୪] ଅଳ୍ପ ସ୍ଥାନରେ ଅଧିକ ଲୋକ ଏକତ୍ରିତ ରହୁଥିଲେ (ଯେପରିକି ଜେଲଖାନା, ପିଲାମାନେ ରହୁଥିବା ଅସ୍ୱାସ୍ଥ୍ୟକର ଛାତ୍ରାବାସ) ରୋଗ ବ୍ୟାପିବା ସମ୍ଭାବନା ଅଧିକ ରହେ । [୧] ଜନବସତି ସ୍ଥାନରେ ଜଳାଭାବ ମଧ୍ୟ ଏହାର ଏକ କାରଣ ରୂପେ ଜଣାଶୁଣା । [୫] ବକଳ କାଛୁ ଏହାର ଏକ ଗମ୍ଭୀର ସମସ୍ୟାଯୁକ୍ତ ଅବସ୍ଥା । ଇମ୍ମ୍ୟୁନିଟି ଅଭାବ ଥିବା ଲୋକର ଏହି ରୋଗ ହୁଏ ଓ ନିଯୁତାଧିକ ମାଇଟ ଦେହରେ ଥିବାରୁ ଅଧିକ ସଂକ୍ରମଣ ଆଶଙ୍କା ହୁଏ । ଏହି ଧରଣର ଲୋକଙ୍କର ସାମାନ୍ୟ ସ୍ପର୍ଶରେ ବା ଜିନିଷ ସଂସ୍ପର୍ଶରେ ଆସିଲେ ଏହି ରୋଗ ଡିଏ । ଖାଲି ଆଖିକୁ ମାଇଟ ଦେଖାଯାନ୍ତି ନାହିଁ ଚିହ୍ନ ଓ ଲକ୍ଷଣ ଦେଖି ସହଜରେ ରୋଗ ନିର୍ଣ୍ଣୟ କରିହୁଏ । [୬]
କାଛ ରୋଗ ଚିକିତ୍ସା ନିମନ୍ତେ ପରମେଥ୍ରୀନ, କ୍ରୋଟାମିଟ୍ରୋନ ଓ ଲିଣ୍ଡେନ ମଲମ ଓ ଲିଭରମେକ୍ଟିନ ବଟିକା ମିଳୁଛି । [୭] ଗୋଟିଏ ଘରେ ଏକ ମାସ ମଧ୍ୟରେ ଯୌନ ସମ୍ପର୍କ ରଖିଥିବା ସମସ୍ତଙ୍କୁ ଏକକାଳୀନ ଚିକିତ୍ସା କରିବା ଉଚିତ । ଗତ ୩ ଦିନରେ ବ୍ୟବହାର କରିଥିବା ଲୁଗାପଟା ଗରମ ପାଣିରେ ଧୋଇ ଖରାରେ ବା ଡ୍ରାୟର ଯନ୍ତରେ ଶୁଖେଇବା ଆବଶ୍ୟକ । ମଣିଷ ଚମ ବାହାରେ ମାଇଟ ୩ ଦିନରୁ ଅଧିକ ବଞ୍ଚି ପାରୁ ନ ଥିବାରୁ ଅଧିକ ଧୋଇବା ଅନାବଶ୍ୟକ । ଚିକିତ୍ସା ପରେ୨ରୁ ୪ ସପ୍ତାହ ପର୍ଯ୍ୟନ୍ତ ଲକ୍ଷଣ ଲାଗିରହି ପାରେ । ଏହା ପରେ ଲକ୍ଷଣ ଲାଗି ରହିଲେ ଆଉଠାରେ ଚିକିତ୍ସା କରିବା ଆବଶ୍ୟକ ହୁଏ । [୪]
ପିଲାଙ୍କୁ ହେଉଥିବା ଅତି ସାଧାରଣ ଚର୍ମ ରୋଗ ମଧ୍ୟରୁ କାଛୁ ଗୋଟିଏ, ଅନ୍ୟ ଦୁଇଟିର ନାମ ଯାଦୁ ଓ ଜୀବାଣୁ ଜନିତ ସଂକ୍ରମଣ.[୮] ସନ ୨୦୧୦ରେ ୧୦୦ ନିୟୁତ ଲୋକଙ୍କୁ (ଜନସଂଖ୍ୟାର ୧.୫ %) ଏହି ରୋଗ ହୋଇଥିଲା ଓ ପୁରୁଷ ତଥା ମହିଳା ସମପରିମାଣରେ ହୋଇଥିଲା । [୯] ଅଳ୍ପ ବୟସ୍କ ଓ ବୃଦ୍ଧ ଲୋକମାନଙ୍କୁ ଏହି ରୋଗ ଅଧିକ ହୁଏ । ଏହା ବିକାଶଶୀଳ ଦେଶ ଓ ଗ୍ରୀଷ୍ମମଣ୍ଡଳୀୟ ଜଳବାୟୁରେ ଅଧିକ ହୁଏ । [୬] Latin: ଭାଷାରେ ସ୍କାବାରେ, ଅର୍ଥ "କୁଣ୍ଡେଇବା" । [୧୦] ଅନ୍ୟ ପଶୁ ମାନବ କାଛୁ ସଂକ୍ରମଣ କରନ୍ତି ନାହିଁ । [୧] ପଶୁମାନଙ୍କୁ ହେଉଥିବା ସଂକ୍ରମଣ ସାର୍କୋପ୍ଟେସ ମାଙ୍ଗେଦ୍ୱାରା ହୁଏ । [୧୧]
ଚିହ୍ନ ଓ ଲକ୍ଷଣ
[ସମ୍ପାଦନା]କାଛୁର ଅତି ପରିଚିତ ଲକ୍ଷଣ: କୁଣ୍ଡେଇ ହେବା ଓ ରର୍ମରେ ସରୁ କଣା ଦେଖାଯିବା । ତିନି ଚାରୋଟି କଣା ସିଧାରେ ଲାଗି ଲାଗି ଥାଏ ଓ ମଶା କାମୁଡ଼ା ଭଳି ଦେଖାଯାଏ ।
କୁଣ୍ଡେଇ ହେବା
[ସମ୍ପାଦନା]ଉଷ୍ମତା ପାଇଲେ ବେଶୀ କୁଣ୍ଡେଇ ହୁଏ, ରାତିରେ ବୋଧହୁଏ ମନର ଅନ୍ୟ ଆକର୍ଷଣ ନ ଥିବାରୁ ଅଧିକ ହୁଏ । ବୟସ୍କ ଲୋକଙ୍କର ଏତେ କୁଣ୍ଡେଇ ହୁଏ ନାହିଁ ।
ଲାଲ ଦାଗ
[ସମ୍ପାଦନା]ସାଧାରଣତଃ ହାତରେ ଆଙ୍ଗୁଠି ସନ୍ଧିରେ, ପାଦରେ, କଚଟିରେ (Wrist), କହୁଣିରେ, ପିଠିରେ, ପିଚାରେ ଓ ବାହ୍ୟ ଯୌନାଙ୍ଗରେ କାଛୁ ଦେଖାଯାଏ । ଛୋଟ ଶିଶୁଙ୍କର ଓ ଇମ୍ମ୍ୟୁନିଟି କମ ଥିବା ଲୋକଙ୍କ ବ୍ୟତୀତ ଅନ୍ୟମାନଙ୍କର ମୁଣ୍ଡରେ ଓ ମୁହଁରେ ଏହା ଦେଖାଯାଏ ନାହିଁ । ପରଜୀବିମାନେ କଣା କରି ଚର୍ମ ଭିତରେ ପଶନ୍ତି ।
କଣାଗୁଡ଼ିକ ସଳଖ ବା ଇଂରାଜୀ ଏସ ଅକ୍ଷର ଭଳି ଦେଖାଯାଏ ଓ ସାଥିରେ ପୋକ ବା ମଶା କାମୁଡ଼ା ଦାଗ ଭଳି ଦେଖାଯାଏ । ଦେହର ସନ୍ଧି ସ୍ଥଳରେ ଯେମିତିକି ସ୍ତନ ତଳେ, ହାତ ଓ ପାଦର ଆଙ୍ଗୁଠି ସନ୍ଧିରେ ଓ ଯୌନାଙ୍ଗରେ ଏହି ଚିହ୍ନ ସବୁ ଦେଖାଯାଏ ।[୧୨]
ରୋଗୀ ସଂସ୍ପର୍ଶରେ ଆସିବାର ଦୁଇରୁ ଛଅ ସପ୍ତାହ ମଧ୍ୟରେ ରୋଗ ହୁଏ । ଆଗରୁ ଏହି ଏହି ରୋଗ ଥିଲେ ଅଳ୍ପ ଦିନ ମଧ୍ୟରେ ଦେଖାଯାଏ । ଅନେକ ମାସ ଓ ବର୍ଷ ପରେ ମଧ୍ୟ ଦେଖାଯାଇପାରେ । ଛୋଟ ଶିଶୁଙ୍କର ରୋଗରେ ଫୋଟକା ଓ ପୂଜ ଥିବା ଫୋଟକା ଦେଖାଯାଏ ।
-
ଆଣ୍ଠୁରେ ହୋଇଥିବା କାଛୁ
-
ବାହୁରେ ହୋଇଥିବା କାଛୁ
-
ହାତରେ ହୋଇଥିବା କାଛୁ
-
ଆଙ୍ଗୁଠିରେ ହୋଇଥିବା କାଛୁ
ଖୋଳପା କାଛୁ
[ସମ୍ପାଦନା]ବୟସ୍କ ଲୋକ ଓ ଇମ୍ମ୍ୟୁନିଟି କମ ଥିବା ଲୋକଙ୍କର (ଏଚ୍ ଆଇ.ଭି ଓ କର୍କଟ ରୋଗୀ) ଏହି ଖୋଳପା କାଛୁ (ନର୍ବେଜିଆନ କାଛୁ Norwegian scabies) ହୁଏ[୧୩] । ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ଦେହରେ ପରଜୀବିମାନେ ହଜାର ସଂଖ୍ୟାରେ ବଂଶ ବୃଦ୍ଧି କରନ୍ତି[୧୪] । ଏଥିରେ କୁଣ୍ଡେଇ ହେବା ସଙ୍ଗେ ସଙ୍ଗେ କାତି ଭଳି ଖୋଳପା ବାହାରେ । ଏହି ଖୋଳପାଗୁଡ଼ିକ ଯୋଗୁ ମଲମରୁ ପରଜୀବିମାନେ ରକ୍ଷା ପାଆନ୍ତି ।
କାରଣ
[ସମ୍ପାଦନା]ଅଷ୍ଟାଦଶ ଶତାବ୍ଦୀରେ ଇତାଲୀୟ ଜୀବବିଜ୍ଞାନୀ ଡାୟାସିଣ୍ଟୋ ସେସ୍ଟୋନିଅ (Italian biologist Diacinto Cestoni - ୧୬୩୭– ୧୭୧୮) ସର୍ବ ପ୍ରଥମେ କାଛୁ ରୋଗ ସୃଷ୍ଟି କରୁଥିବା କୀଟ ବିଷୟରେ ଲେଖିଥିଲେ ଯାହା ଆଜି ସାର୍କୋପ୍ଟେସ ସ୍କାବି (Sarcoptes scabiei) ନାମରେ ପରିଚିତ । ଏହି ଜୀବ ଟିଙ୍କ ତଥା ବୁଢିଆଣୀ ଶ୍ରେଣୀର ଜୀବ ଓ ସ୍କାବ ମାଇଟ (as scab mites) ପରିବାରର ସଦଶ୍ୟ ।
ଏହି କୀଟ ବେଳେ ବେଳେ ଖାଲି ଆଖିକୁ ଦେଖାଯାଏ ନାହିଁ, କିନ୍ତୁ ବେଳେ ବେଳେ ଧଳା ପିନ ମୂନ ଭଳି ଦେଖାଯାଏ । ଗର୍ଭିଣୀ ମାଈ କୀଟ ଚର୍ମର ବାହ୍ୟ ମୃତ ସ୍ତର (Stratum corneum) କଣା କରି ଭିତରକୁ ପଶେ ଓ ଅଣ୍ଡା ଦିଏ । ଏହି ଅଣ୍ଡାଗୁଡ଼ିକ ୩ରୁ ଦଶ ଦିନ ମଧ୍ୟରେ ଲାର୍ଭାରେ ପରିଣତ ହୁଅନ୍ତି ଓ ଚର୍ମରେ ରହି ନିମ୍ଫାଲ ("nymphal") ଭାବରେ ପରିଚିତ ହୋଇ ୩/ ୪ ସପ୍ତାହ ଦେହରେ ରହିବା ପରେ ବୟସ୍କ ହୁଅନ୍ତି । ଅଣ୍ଡିରା କୀଟ ଚମ ଉପରେ ବୁଲନ୍ତି । ମାଈ କୀଟ କଣା ଭିତରେ ରହନ୍ତି । ସୁସ୍ଥ ଲୋକ ଦେହରେ ପ୍ରାୟ ୧୧ଟି କୀଟ ଏକା ବେଳେକେ ରହିବା ଦେଖା ଯାଇଛି ।
କୀଟଙ୍କର ଚଳ ପ୍ରଚଳଦ୍ୱାରା ପ୍ରବଳ କୁଣ୍ଡେଇ ହୁଏ ଓ ପରେ ପ୍ରଦାହ ହୁଏ ।
କାଛୁ ଏକ ଡିଆଁ ରୋଗ । ସଂକ୍ରମିତ ସ୍ଥାନକୁ କୁଣ୍ଡେଇଲେ ନଖ କୋଣରେ କୀଟ ସ୍ଥାନନ୍ତରିତ ହୁଏ । ଅଧିକ ସମୟ ଧରି ମିଳାମିଶା କଲେ ରୋଗ ଡିଏଁ । ମଣିଷ ଦେହ ବିନା ଏହା ୨୪ରୁ ୩୬ ଘଣ୍ଟା ମାତ୍ର ବଞ୍ଚିପାରିବ ।
ରୋଗ ନିର୍ଣ୍ଣୟ
[ସମ୍ପାଦନା]ନିର୍ଦ୍ଧାରିତ ସ୍ଥାନରେ କୂଣ୍ଡେଇ ହେଲେ ଓ କ୍ଷୁଦ୍ର କଣା ଦେଖାଗଲେ ଏହି ରୋଗ ନିର୍ଣ୍ଣୟ କରାଯାଏ । ଡର୍ମୋସ୍କୋପିଦ୍ୱାରା ନିଧାର୍ଯ୍ୟ ଭାବେ ନିର୍ଣ୍ଣୟ କରାଯାଏ ।
ଚିକିତ୍ସା
[ସମ୍ପାଦନା]ପରିବାର ତଥା ସାଇର ସଦସ୍ୟମାନଙ୍କର ରୋଗୀ ସହ ଚିକିତ୍ସା ଆବଶ୍ୟକ । ନଚେତ ଏହି ରୋଗ ପୁନଶ୍ଚ ଅନ୍ୟ ସଦସ୍ୟମାନଙ୍କଠାରୁ ଡେଇଁବ । କୁଣ୍ଡେଇବା ରୋକିବା ନିମନ୍ତେ ଆଣ୍ଟିହିସ୍ଟାମିନ୍ ଔଷଧ ଦିଆଯାଏ । ବେଞ୍ଜାଇଲ ବେଞ୍ଜୋଏଟ (Benzyl benzoate) ଦ୍ରବଣ ସାରା ଦେହରେ ଲଗେଇବାକୁ ହୁଏ । ୧୦ % ଗନ୍ଧକ Sulpher ଦ୍ରବଣ ମଧ୍ୟ କାମ ଦିଏ । ଏକ ସପ୍ତାହ ଧରି ଔଷଧ ଲଗେଇବାକୁ ହୁଏ ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Epidemiology & Risk Factors". Centers for Disease Control and Prevention. November 2, 2010. Retrieved 18 May 2015.
- ↑ Gates, Robert H. (2003). Infectious disease secrets (2. ed.). Philadelphia: Elsevier, Hanley Belfus. p. 355. ISBN 978-1-56053-543-0.
- ↑ ୩.୦ ୩.୧ ୩.୨ "Parasites - Scabies Disease". Center for Disease Control and Prevention. November 2, 2010. Retrieved 18 May 2015.
- ↑ ୪.୦ ୪.୧ "Parasites - Scabies Treatment". Center for Disease Control and Prevention. November 2, 2010. Retrieved 18 May 2015.
- ↑ "WHO -Water-related Disease". World Health Organization. Retrieved 2010-10-10.
- ↑ ୬.୦ ୬.୧ "Scabies". World Health Organization. Retrieved 18 May 2015.
- ↑ "Parasites - Scabies Medications". Center for Disease Control and Prevention. November 2, 2010. Retrieved 18 May 2015.
- ↑ Andrews RM, McCarthy J, Carapetis JR, Currie BJ (December 2009). "Skin disorders, including pyoderma, scabies, and tinea infections". Pediatr. Clin. North Am. 56 (6): 1421–40. doi:10.1016/j.pcl.2009.09.002. PMID 19962029.
{{cite journal}}
: CS1 maint: multiple names: authors list (link) - ↑ Vos, T (Dec 15, 2012). "Years lived with disability (YLDs) for 1160 sequelae of 289 diseases and injuries 1990–2010: a systematic analysis for the Global Burden of Disease Study 2010". Lancet. 380 (9859): 2163–96. doi:10.1016/S0140-6736(12)61729-2. PMID 23245607.
- ↑ Mosby's Medical, Nursing & Allied Health Dictionary (4 ed.). Mosby-Year Book Inc. 1994. p. 1395. ISBN 9780801672255.
- ↑ Georgis' Parasitology for Veterinarians (10 ed.). Elsevier Health Sciences. 2014. p. 68. ISBN 9781455739882.
- ↑ "Scabies" (PDF). DermNet NZ. New Zealand Dermatological Society Incorporated. Archived from the original (PDF) on 2009-03-27. Retrieved 2014-04-06.
- ↑ Hicks MI, Elston DM (2009). "Scabies". Dermatol Ther. 22 (4): 279–92. doi:10.1111/j.1529-8019.2009.01243.x. PMID 19580575.
- ↑ "DPDx—Scabies". Laboratory Identification of Parasites of Public Health Concern. CDC. Archived from the original on 2009-02-20. Retrieved 2014-04-06.
- ↑ CDC web site > DPDx - Laboratory Identification of Parasites of Public Health Concern > Scabies [୧]