ସାଇକ୍ଲୋଫସଫାମାଇଡ
Clinical data | |
---|---|
Pronunciation | /ˌsaɪkloʊˈfɒsfəˌmaɪd, -lə-/[୧][୨] |
Trade names | Lyophilized Cytoxan, Endoxan, Cytoxan, Neosar, Procytox, Revimmune, Cycloblastin |
AHFS/Drugs.com | monograph |
MedlinePlus | a682080 |
Pregnancy category | |
Routes of administration | by mouth, intravenous |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | >75% (by mouth) |
Protein binding | >60% |
Metabolism | Liver |
Elimination half-life | 3–12 hours |
Excretion | Kidney |
Identifiers | |
| |
CAS Number | |
PubChem CID | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.000.015 |
Chemical and physical data | |
Formula | C7H15Cl2N2O2P |
Molar mass | 261.086 g/mol |
3D model (JSmol) | |
Melting point | 2 °C (36 °F) |
| |
| |
(verify) |
ସାଇକ୍ଲୋଫସଫାମାଇଡ (ଇଂରାଜୀ ଭାଷାରେ Cyclophosphamide ବା CP, ଅନ୍ୟ ନାମ ସାଇଟୋଫସଫେନ/cytophosphane)[୩] ଏକ କେମୋଥେରାପି (chemotherapy) ଔଷଧ ଯାହା ଇମ୍ମ୍ୟୁନିଟି ଦମନକାରୀ (suppress the immune system) ଭାବରେ ମଧ୍ୟ କାମ କରେ ।[୪] ଲିମ୍ଫୋମା, ମଲ୍ଟିପ୍ଲ ମାୟେଲୋମା, ଲିଉକେମିଆ, ଓଭାରି କର୍କଟ, ସ୍ତନ କର୍କଟ, ସ୍ମଲ ସେଲ ଫୁସଫୁସ କର୍କଟ (small cell lung cancer), ନିଉରୋବ୍ଲାସ୍ଟୋମା ଓ ସାର୍କୋମା (sarcoma) ଆଦି ରୋଗମାନଙ୍କରେ ଏହା କେମୋଥେରାପି ଭାବରେ ଦିଆଯାଏ । ଇମ୍ମ୍ୟୁନୋସପ୍ରେସାଣ୍ଟ ଭାବରେ ନେଫ୍ରୋଟିକ ସିଣ୍ଡ୍ରୋମରେ (nephrotic syndrome) ଓ ଅଙ୍ଗ ପ୍ରତିରୋପଣ (organ transplant) ପରେ ଦିଆଯାଏ । ଏହା ପାଟିରେ ବା ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein|) ଆକାରରେ ଦିଆଯାଏ ।[୪]
ଅଧିକାଂଶ ଲୋକଙ୍କର ପାର୍ଶ୍ୱ ପ୍ରତିକ୍ରିୟା ହୁଏ । ସାଧାରଣତଃ ସ୍ୱଳ୍ପ ରକ୍ତ କଣିକା (low white blood cell counts), ଅରୁଚି, ବାନ୍ତି, କେଶହାନୀ (hair loss) ଓ ମୂତ୍ରାଶୟ ରକ୍ତସ୍ରାବ (bleeding from the bladder) ହୋଇପାରେ । କେତେକ ସାଂଘାତିକ ପ୍ରତିକ୍ରିୟାରେ ଅଧିକ କର୍କଟ ସଙ୍କଟ, ବନ୍ଧ୍ୟାଦୋଷ (infertility), ଆଲର୍ଜି ପ୍ରତିକ୍ରିୟା (allergic reactions) ଓ ଫୁସଫୁସ ଫାଇବ୍ରୋସିସ (pulmonary fibrosis) ହୋଇପାରେ । ଏହା ଆଲକିଲେଟିଙ୍ଗ ଆଣ୍ଟିନିଓପ୍ଲାସ୍ଟିକ ଏଜେଣ୍ଟ (alkylating agent ) ଓ ନାଇଟ୍ରୋଜେନ ମସ୍ଟାର୍ଡ଼ (nitrogen mustard) ଶ୍ରେଣୀର ଔଷଧ । ଏହା ଡିଏନଏ (DNA) ଦ୍ୱିତୀକରଣ ଓ ଆରଏନଏ (RNA) ସୃଷ୍ଟିରେ ବାଧା ସୃଷ୍ଟି କରି କାର୍ଯ୍ୟକ୍ଷମ ହୁଏ । [୪]
ସନ ୧୯୫୯ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବହାର ନିମନ୍ତେ ସାଇକ୍ଲୋଫସଫାମାଇଡ ସ୍ୱୀକୃତ ହୋଇଥିଲା ।[୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଗ୍ରାମ ଭାଏଲର କ୍ରୟ ମୂଲ୍ୟ ୩.୬୫ରୁ ୧୪.୩୦ ଆମେରିକୀୟ ଡଲାର ।[୬] ଇଂଲଣ୍ଡରେ ଏହାର ମୂଲ୍ୟ ପ୍ରାୟ ୧୭.୦୬ ପାଉଣ୍ଡ ।[୭] ଯୁକ୍ତରାଷ୍ଟ୍ର ଆମେରିକାରେ ପାଟିରେ ଦିଆଯାଉଥିବା ଏହି ଔଷଧର ମୂଲ୍ୟ ୧୯.୫୬ ଆମେରିକୀୟ ଡଲାର ।[୮]
ଆଧାର
[ସମ୍ପାଦନା]- ↑ "cyclophosphamide - definition of cyclophosphamide in English from the Oxford dictionary". OxfordDictionaries.com. Archived from the original on 2015-11-19. Retrieved 2016-01-20.
- ↑ "cyclophosphamide". Merriam-Webster Dictionary.
- ↑ "NCI Drug Dictionary". National Cancer Institute. Retrieved 20 December 2016.
- ↑ ୪.୦ ୪.୧ ୪.୨ ୪.୩ "Cyclophosphamide". The American Society of Health-System Pharmacists. Retrieved 8 December 2016.
- ↑ "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
- ↑ "Cyclophosphamide". International Drug Price Indicator Guide. Archived from the original on 10 May 2017. Retrieved 8 December 2016.
- ↑ British national formulary : BNF 69 (69 ed.). British Medical Association. 2015. p. 580. ISBN 9780857111562.
- ↑ "NADAC as of 2016-12-07 | Data.Medicaid.gov". Centers for Medicare and Medicaid Services. Archived from the original on 2016-12-21. Retrieved 20 December 2016.