Jump to content

କକ୍ସିଡିନିଆ

ଉଇକିପିଡ଼ିଆ‌ରୁ
(Coccydyniaରୁ ଲେଉଟି ଆସିଛି)
Coccydynia
Coccyx pain, coccygodynia, coccygeal pain, coccalgia, tailbone pain[][]
The location of the coccyx (in red) at the lower aspect of the sacrum of the pelvis
ବିଭାଗRheumatology
ଲକ୍ଷଣTailbone pain[]
କାରଣInjury, infection, cancer, referred pain[]
ବିପଦ କାରକObesity, childbirth[][]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms, supported by medical imaging[]
ସଠିକ ରୋଗ ନିର୍ଣ୍ଣୟPilonidal cyst, piriformis syndrome , hemorrhoids, pelvic floor disorder[][]
ଚିକିତ୍ସାAvoiding sitting, using cushions, pain medication, surgery[]
PrognosisGenerally good[]
ପୁନଃପୌନିକCommon[]

କକ୍ସିଡିନିଆ ରୋଗରେ ମେରୁଅସ୍ଥିର ନିମ୍ନ ଶେଷ (coccyx: ଗୁଦାସ୍ଥି, ପୁଚ୍ଛାସ୍ଥି) ଅଞ୍ଚଳରେ ବା ପିଠିର ସର୍ବନିମ୍ନ ଅଂଶରେ ଯନ୍ତ୍ରଣା ହୁଏ ।[] [] ସାଧାରଣତଃ ବସିବା ସମୟରେ, ଅନ୍ତନଳୀ ଗତି କରିବା ସମୟରେ (bowel movement) କିମ୍ବା ବସିବା ପରେ ଉଠିବା ସହିତ ଯନ୍ତ୍ରଣା ବୃଦ୍ଧି ପାଇଥାଏ ।[] ପିଠିର ଅନ୍ୟ ଅଂଶରେ ଯନ୍ତ୍ରଣା ବା ଯନ୍ତ୍ରଣାର ବିକିରଣ ସାଧାରଣତଃ ଅନୁପସ୍ଥିତ ଥାଏ ।[]

ଏହି ରୋଗର କାରଣଗୁଡିକ ମଧ୍ୟରେ ଆଘାତ, ସଂକ୍ରମଣ, କର୍କଟ କିମ୍ବା ପ୍ରକ୍ଷେପିତ ଯନ୍ତ୍ରଣା ଯୋଗୁ ହୋଇପାରେ ।[] ଆଘାତର ପ୍ରକାର ମଧ୍ୟରେ କଣ୍ଟ୍ୟୁଜନ, ଭଙ୍ଗା, ସ୍ଥାନାନ୍ତର ଏବଂ ଲିଗାମେଣ୍ଟ ଆଘାତ ଅନ୍ତର୍ଭୁକ୍ତ ।[] ମେଦବହୁଳତା ଏବଂ ପ୍ରସବ ଯୋଗୁ ବିପଦ ରହିପାରେ ।[] [] ପେଟର ପାକ-ଅନ୍ତନଳୀ ବା ମୂତ୍ର ତ‌ଥା ଜନନାଙ୍ଗ ପ୍ରଣାଳୀରୁ ପ୍ରକ୍ଷେପିତ ଯନ୍ତ୍ରଣା ହୁଏ ।[] ଲକ୍ଷଣ ଉପରେ ଆଧାର କରି ରୋଗ ନିର୍ଣ୍ଣୟ କରାଯାଏ ଏବଂ ମେଡିକାଲ ଇମେଜିଙ୍ଗଦ୍ୱାରା ସମର୍ଥନ କରାଯାଇପାରେ ।[]

ଚିକିତ୍ସାରେ ବସିବା, କୁଶନ ବା ଗଦି ବ୍ୟବହାର କରିବା ଏବଂ ଯନ୍ତ୍ରଣା ନିବାରକ ଔଷଧ ବ୍ୟବହାର ବର୍ଜନ କରାଯାଏ ।[] ଫିଜିଓଥେରାପି କିମ୍ବା ମିଥାଇଲପ୍ରେଡନିସୋଲୋନ୍ ଏବଂ ବାପିଭିକେନ ଇଞ୍ଜେକ୍ସନ ସାହାଯ୍ୟକାରୀ ହୋଇପାରେ।[] କକ୍ସିକ୍ସ ଅପସାରଣ ପାଇଁ କ୍ୱଚିତ୍ ଅସ୍ତ୍ରୋପଚାର କରାଯାଇପାରେ । [] ଚିକିତ୍ସା ନିର୍ବିଶେଷରେ ଅଧିକାଂଶ ଲୋକ କିଛି ସପ୍ତାହରୁ କିଛି ମାସ ମଧ୍ୟରେ ଭଲ ହୋଇଯାଆନ୍ତି। []

କକ୍ସିଡିନିଆ ଏକ ସାଧାରଣ ରୋଗ ଅଟେ ।[] ଏହି ରୋଗ ପ୍ରାୟ ୪୦ବର୍ଷ ବୟସରେ ଆରମ୍ଭ ହୋଇଥାଏ ଏବଂ ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ପ୍ରଭାବିତ ହୁଅନ୍ତି ।[] ଏହି ଶବ୍ଦଟି ୧୮୫୯ ମସିହାରେ ସିମ୍ପସନ୍ ଆରମ୍ଭ କରିଥିଲେ ।[] ଏହି ରୋଗ ଅବସ୍ଥାର ବର୍ଣ୍ଣନା ପ୍ରାୟ ୧୫୦୦ ମସିହାରୁ ଆରମ୍ଭ ହୋଇଛି ।[]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ Patel, R; Appannagari, A; Whang, P.G. (May 2008). "Coccydynia". Current Reviews in Musculoskeletal Medicine. 1 (3–4): 223–226. doi:10.1007/s12178-008-9028-1. PMC 2682410. PMID 19468909.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ Mabrouk, A; Alloush, A; Foye, P (January 2022). "Coccyx Pain". PMID 33085286. {{cite journal}}: Cite journal requires |journal= (help)
  3. ୩.୦ ୩.୧ ୩.୨ Lirette, LS; Chaiban, G; Tolba, R; Eissa, H (2014). "Coccydynia: an overview of the anatomy, etiology, and treatment of coccyx pain". The Ochsner journal. 14 (1): 84–7. PMID 24688338.