ଲୁଚି
ଦେଖଣା
ପ୍ରକାର | ଚପାତି ରୁଟି |
---|---|
ମୂଳ ସ୍ଥାନ | ପୂର୍ବ ଭାରତ ଏବଂ ବଙ୍ଗଳାଦେଶ |
ଅଞ୍ଚଳ ବା ରାଜ୍ୟ | ବଙ୍ଗଳା, ଓଡ଼ିଶା, ଆସାମ |
ମୁଖ୍ୟ ଉପାଦାନ | ମଇଦା |
ପ୍ରକାର ଭେଦ | ପୁରି |
|
ଲୁଚି (ବଙ୍ଗଳା: লুচি, ଅସମୀୟା: লুচি lusi, ଓଡ଼ିଆ: ଲୁଚି) ଅଧିକ ଛଣା ଯାଇଥିବା ଏକ ବଙ୍ଗାଳୀ , ଆସାମ, ମୈଥେଳୀ ଏବଂ ଓଡ଼ିଆ ଜାତୀୟ ଖାଦ୍ୟ ଅଟେ । ଏହା ସାଧାରଣତଃ ଜଳଖିଆ ରୂପେ ଖିଆଯାଇଥାଏ ।
ପ୍ରସ୍ତୁତି ପ୍ରଣାଳୀ
[ସମ୍ପାଦନା]ଲୁଚି ମଇଦାରୁ ତିଆରି ହୋଇଥାଏ । ମଇଦାରେ ଅଳ୍ପ ଲୁଣ ମିଶାଇ, ପାଣି ମିଶାଇ ଚକଟିବା ପରେ ତାହାକୁ ଗୋଲଗୋଲ କରି ବେଲାଯାଇଥାଏ , ସାଧାରଣତଃ ଏହାକୁ ଗୋଲ କରି ପୁରି କିମ୍ବା ଚପାତି ସଦୃଶ ତିଆରି କରାଯାଏ । ଏହି ବେଲାଯାଇଥିବା ଗୋଲାକାର ଲୁଚିକୁ ଘିଅ ବା ଗରମ ତେଲରେ ଭଲ ରୂପେ ଛଣାଯାଇଥାଏ । ଏହା ଭିତରେ ଥିବା ଜଳ ବାଷ୍ପିକରଣ ହେବା ହେତୁ ଏଥିରୁ ଯେଉଁ ବାମ୍ଫ ବାହାରେ ତାହା ଲୁଚିକୁ ଫୁଲାଇବାରେ ସାହାଯ୍ୟ କରିଥାଏ । ଏହା ସୁନେଲି-ବାଦାମି ରଙ୍ଗ ଧାରଣ କଲେ ଏହାକୁ ତେଲରୁ ବାହାର କରାଯାଇ ଗରମ ବା ଘର ତାପମାତ୍ରାରେ ପରାସଯାଇଥାଏ ।[୧]