Jump to content

ରେନ୍ ଗଜ୍

ଉଇକିପିଡ଼ିଆ‌ରୁ

ଆକାଶରୁ ଜଳ ପୃଥିବୀ ପୃଷ୍ଠରେ ପଡ଼ିବାକୁ ବୃଷ୍ଟିପାତ ବା ବର୍ଷା କୁହାଯାଏ । ମାତ୍ର ପୃଥିବୀ ପୃଷ୍ଠରେ ସବୁ ସ୍ଥାନରେ ସମାନ ଭାବରେ ବର୍ଷା ହୁଏ ନାହିଁ । ପୃଥିବୀରେ ଏପରି କେତେକ ସ୍ଥାନ ରହିଛି ସେଠାରେ ପ୍ରାୟ ବର୍ଷ ସାରା ବର୍ଷା ହେଉଥାଏ । ପୁଣି ପୃଥିବୀରେ ଆଉ କେତେକ ସ୍ଥାନରେ କେତେବେଳେ କେମିତି କାଁ ଭାଁ ବର୍ଷା ହେଉଥାଏ । ଏହି ବର୍ଷା ଉପରେ ଅନେକ କାମ ନିର୍ଭର କରିଥାଏ । ଠିକ୍ ରୂପେ ବର୍ଷା ହେଲେ ପୃଥିବୀରେ ପାଣିର ଅଭାବ ରହେ ନାହିଁ । କୃଷି କାର୍ଯ୍ୟ କରିବାରେ ଅସୁବିଧା ହୁଏ ନାହିଁ । ସେଥିପାଇଁ କୌଣସି ଅଳରେ କେତେ ବର୍ଷା ହୁଏ ତାହାର ହିସାବ ରଖାଯାଏ । କୌଣସି ଅଳରେ ହେଉଥିବା ବର୍ଷାର ପରିମାଣ ମାପ କରିବା ପାଇଁ ଗୋଟିଏ ଉପକରଣ ରହିଛି । ଏହାକୁ ରେନ୍ଗଜ୍ ବା ବୃଷ୍ଟିମାପକ ଯନ୍ତ୍ର କହନ୍ତି । ଏହା ସାହାଯ୍ୟରେ ବର୍ଷାର ପରିମାଣକୁ ମିଲିମଟର, ବା ଇ୍ ଏକକରେ ମାପ କରାଯାଏ ।

ଖ୍ରୀଷ୍ଟ ପୂର୍ବ ୩୦୦ ବେଳକୁ ପ୍ରାଚୀନ ଗ୍ରୀସରେ ବୃଷ୍ଟିପାତ ମାପ ଆରମ୍ଭ ହୋଇଥିବାର ଜଣାପଡ଼ିଛି । ଭାରତରେ ମଧ୍ୟ ବୃଷ୍ଟିପାତ ମାପ ଖୁବ୍ ପୁରୁଣା । କୌଟିଲ୍ୟ ଲେଖିଥିବା ଅର୍ଥ ଶାସ୍ତ୍ର ପୁସ୍ତକରେ ବୃଷ୍ଟିପାତ ସମ୍ପର୍କରେ ବର୍ଣ୍ଣନା ରହିଛି । ତେବେ ପ୍ରଥମେ ୧୬୬୨ ମସିହାରେ ଇଂଲଣ୍ଡର ଖ୍ରୀଷ୍ଟଫର ରେନ୍ ଗୋଟିଏ ଆଧୁନିକ ରେନ୍ ଗଜ ତିଆରି କରିଥିଲେ । ଏହାଥିଲା ଗୋଟିଏ ଟିପିଙ୍ଗ ବକେଟ ରେନ୍ଗଜ୍ । ଏବେ ବିଭିନ୍ନ ପ୍ରକାରର ରେନଗଜ୍ ବାହାରିଲାଣି । ଗୋଟିଏ ମାନକ ରେନଗଜ ଯନ୍ତ୍ରରେ ୧୨.୫ ସେ.ମି.ରୁ ୨୦ସେ.ମି ବ୍ୟାସ ବିଶିଷ୍ଟ ଓ ୫୦ ସେ.ମି. ଲମ୍ବର ଗୋଟିଏ ତମ୍ବା ସିଲିଣ୍ଡର ରହିଥାଏ । ଏହାର ମୁହଁରେ ସେହି ସମାନ ବ୍ୟାସର ଗୋଟିଏ କାହାଳୀ ଲାଗିଥାଏ । ଏହି ତମ୍ବା କାହାଳୀଟିର ଗୋଜିଆ ପାଖଟି ସିଲିଣ୍ଡର ମଧ୍ୟରେ ରଖାଯାଇଥିବା ଅନ୍ୟ ଗୋଟିଏ କାଚ ଜାର୍ ବା ତମ୍ବା ପାତ୍ର ମଧ୍ୟକୁ ଲମ୍ବିଥାଏ । କାହାଳୀଟି ତଳେ ରହିଥିବା ଛିଦ୍ରଟି ଅତି ଛୋଟ ହୋଇଥାଏ । ବର୍ଷାଜଳ କାହାଳୀରେ ପଡ଼ିବା ମାତ୍ରେ ତାହା ଏହି ଛିଦ୍ର ବାଟ ଦେଇ ଭିତର ପାଖରେ ଥିବା କାଚ ପାତ୍ରଟିରେ ସଂଗୃହୀତ ହୋଇ ରହେ । ସମୁଦାୟ ତମ୍ବା ସିଲିଣ୍ଡରଟିକୁ ଅନ୍ୟ ଏକ ଟିଣ ଖୋଳ ମଧ୍ୟରେ ରଖାଯାଇଥାଏ । ଏହି ଉପକରଣଟିକୁ ଗୋଟିଏ ଖୋଲା ସ୍ଥାନରେ ଭୂମିଠାରୁ ପ୍ରାୟ ୩୦ ସେ.ମି. ଉଚ୍ଚତାରେ ରଖାଯାଇଥାଏ । ବର୍ଷା ସମୟରେ କାଚ ପାତ୍ର ମଧ୍ୟରେ ଯେଉଁ ଜଳ ସଂଗୃହୀତ ହୋଇ ରହିଥାଏ ତାହାକୁ ମାପ କରି ବୃଷ୍ଟି ପାତର ପରିମାଣ ନିରୂପଣ କରାଯାଏ । ଏଥିପାଇଁ ଗୋଟିଏ ସ୍ୱତନ୍ତ୍ର କାଚ ତିଆରି ମାପପାତ୍ର ବ୍ୟବହାର କରାଯାଏ । ବର୍ଷା ପରେ ରେନ୍ଗଜରୁ କାହାଳୀଟି ବାହାର କରି ଆଣି ବର୍ଷା ଜଳକୁ ଏହି ମାପ ପାତ୍ରଟିରେ ଢାଳି ଦିଆଯାଏ । ଏଥିରୁ ବୃଷ୍ଟିପାତର ପରିମାଣ ଜଣାଯାଏ । ଆଉ ଏକ ରେନଗଜ ସ୍ୱୟଂଚାଳିତ ହୋଇଥାଏ । ଏଥିରେ ବର୍ଷା ଜଳର ପରିମାଣ ମାପ କରାଯିବା ପରେ ତାହା ଚାର୍ଟ କାଗଜରେ ଆପେ ଆପେ ଲେଖି ହୋଇଯାଏ । ଏଥିରୁ କୌଣସି ଦିନର ବୃଷ୍ଟିପାତ ଜଣା ପଡ଼ିଯାଏ । ଆମ ଦେଶର ସବୁ ପାଣିପାଗ କେନ୍ଦ୍ର, କୃଷି ବିଜ୍ଞାନ କେନ୍ଦ୍ରରେ ୫୦୦୦ରୁ ଅଧିକଟି ରେନଗଜ୍ ରହିଛି ।