ନିବେଦିତା ଜେନା
ଦେଖଣା
ନିବେଦିତା ଜେନା | |
---|---|
ବୃତ୍ତି | ବ୍ୟାଙ୍କ କର୍ମଚାରୀ |
ଭାଷା | ଓଡ଼ିଆ, ହିନ୍ଦୀ |
ଜାତୀୟତା | ଭାରତୀୟ |
ସାହିତ୍ୟ କୃତି | ଚଇତୁ ହାଟ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଫକୀର ମୋହନ ନାଟକ ସମ୍ମାନ |
ନିବେଦିତା ଜେନା ହେଉଛନ୍ତି ଓଡ଼ିଆ ଏବଂ ହିନ୍ଦୀ ଭାଷାର ଜଣେ ନାଟକ ଏବଂ ଗଳ୍ପ ଲେଖିକା, ନାଟକ ନିର୍ଦ୍ଦେଶିକା ଏବଂ ନାଟକ ଅଭିନେତ୍ରୀ ।[୧] ତାଙ୍କଦ୍ୱାରା ରଚିତ ଚଇତୁ ହାଟ ନାଟକ ପାଇଁ ତାଙ୍କୁ ୨୦୧୧ ମସିହାରେ ନାଟକ ଏବଂ ଏକାଙ୍କିକା ବିଭାଗରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା ।[୨][୩] କେନ୍ଦ୍ର ସାହିତ୍ୟ ଏକାଡେମୀର ପତ୍ରିକା 'ସମକାଳୀନ ଭାରତୀୟ ସାହିତ୍ୟ'ରେ ପ୍ରକାଶିତ ତାଙ୍କ ରଚିତ 'ପୁକାର୍' ନାଟକ ଭୋପାଳ, ଇନ୍ଦୋର, ଜୟପୁର, ଭିଲାଇ, ରାୟପୁର ଓ ଭୁବନେଶ୍ୱର ଆଦି ସ୍ଥାନରେ ଏକାଧିକବାର ଅଭିନୀତ ହୋଇଛି । ନାଟକ ଓ ଗଳ୍ପ ଭିନ୍ନ ସେ ଅନେକ କବିତା, ପ୍ରବନ୍ଧ ଓ ସମାଲୋଚନାର ସ୍ରଷ୍ଟା ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ନିବେଦିତା ରାଉରକେଲାର ବାସିନ୍ଦା ଅଟନ୍ତି । ସେ ଏକ ପବ୍ଲିକ ସେକ୍ଟର ବ୍ୟାଙ୍କରେ କାର୍ଯ୍ୟରତ ।[୧]
ରଚନାବଳୀ
[ସମ୍ପାଦନା]- ଚଇତୁ ଓ ହାଟ
- ପୁକାର (ହିନ୍ଦୀ ଭାଷା)[୧]—ଏହି ହିନ୍ଦୀ ନାଟକ, ଗୋଟିଏ ବଲାତ୍କାରର ଶିକାର ହୋଇଥିବା ବ୍ୟକ୍ତି ଉପରେ ପର୍ଯ୍ୟବସିତ । ଏହି ନାଟକ ଇନ୍ଦୋରରେ ଅଭିନୟ କରି ଦେଖାଯାଇଥିଲା ।
- ଫକୀର ମୋହନ ସେନାପତିଙ୍କ 'ମାମୁ'
- ହୁରୁଡ଼ା ଓ ଘରବାହୁଡ଼ା
- ଚୈତୁ (ଚଇତୁ ନାଟକର ହିନ୍ଦୀ ଅନୁବାଦ)
- ପାଦତଳର ମାଟି (ଗଳ୍ପ)
- ଟିକି ନାଟୁଆ ଓ ଅନ୍ୟାନ୍ୟ ପ୍ରବନ୍ଧ
- ଓଡ଼ିଆ ଆଲୋଚନାର ନବଦିଗନ୍ତ
- ଆଖି ଓ ଦେହ (ନାଟକ)[୪]
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ Palit, Ashok. "Nibedita Jena received Fakir Mohan Natak saman 2017". Odisha News Times (in ଆମେରିକୀୟ ଇଂରାଜୀ). Retrieved 2019-02-28.
- ↑ http://inpr.odisha.gov.in/samachar/2015/Sep/data/10-09-2015/newssmishra_100915AAA.pdf
- ↑ "VTLS Chameleon iPortal Item List". opac.nationallibrary.gov.in. Retrieved 2019-02-28.
- ↑ ଜେନା, ନିବେଦିତା (୨୦୨୨). ଆଖି ଓ ଦେହ. କଟକ: ଆଦିତ୍ୟ ଭାରତ. pp. ଶେଷ ପୃଷ୍ଠା. ISBN 978-81-946741-1-5.
- ↑ "Odisha Sahitya Akademi". odishasahityaakademi.org. Retrieved 2019-02-28.