ଏନସେଫାଲାଇଟିସ
ଏନସେଫାଲାଇଟିସ (encephalitis) | |
---|---|
ବିଭାଗ | ସ୍ନାୟୁ ରୋଗ ବିଜ୍ଞାନ (Neurology), ସଂକ୍ରାମକ ରୋଗ (infectious disease) |
ଲକ୍ଷଣ | ମୁଣ୍ଡ ବିନ୍ଧା, ଜ୍ୱର, ମାନସିକ ଦ୍ୱନ୍ଦ୍ୱ (confusion), ଅନମନୀୟ ବେକ, ବାନ୍ତି (vomiting)[୧] |
ଅବଧି | ସ୍ୱାସ୍ଥ୍ୟ ଲାଭ ନିମନ୍ତେ କିଛି ସପ୍ତାହରୁ କିଛି ମାସ ଲାଗେ । [୧] |
କାରଣ | ସଂକ୍ରମଣ, ଅଟୋଇମ୍ମ୍ୟୁନ, କେତେକ ଔଷଧ, ଅଜ୍ଞାତ କାରଣ [୨] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ ଅନୁଯାୟୀ, ରକ୍ତ ପରୀକ୍ଷା (blood tests), ମେଡିକାଲ ଇମେଜିଙ୍ଗ (medical imaging), ସେରେବ୍ରୋସ୍ପାଇନାଲ ଫ୍ଲୁଇଡ (cerebrospinal fluid)[୨] |
ଚିକିତ୍ସା | ଭୁତାଣୁ ବିରୋଧୀ ଔଷଧ (Antiviral medication), ଆଣ୍ଟିକନଭଲସାଣ୍ଟ (anticonvulsants), କର୍ଟିକୋସ୍ଟିରଏଡ (corticosteroids), କୃତ୍ରିମ ଶ୍ୱାସକ୍ରିୟା (artificial respiration)[୧] |
Prognosis | Variable[୧] |
ପୁନଃପୌନିକ | ୪.୩ ନିୟୁତ (୨୦୧୫)[୩] |
ମୃତ୍ୟୁ ସାନ୍ଦ୍ରତା | ୧୫୦,୦୦୦ (୨୦୧୫)[୪] |
ଏନସେଫାଲାଇଟିସ (ଇଂରାଜୀ ଭାଷାରେ encephalitis) ରୋଗରେ ମାନବ ମସ୍ତିଷ୍କର (brain) ପ୍ରଦାହ (inflammation) ହୁଏ ।[୫] ସାଂଘାତିକ ହେବା ପରିବର୍ତ୍ତନଶୀଳ ।[୧] ମୁଣ୍ଡ ବିନ୍ଧା, ଜ୍ୱର, ମାନସିକ ଦ୍ୱନ୍ଦ୍ୱ (confusion), ଅନମନୀୟ ବେକ, ବାନ୍ତି (vomiting) ଇତ୍ୟାଦି ଲକ୍ଷଣମାନ ଏ ରୋଗରେ ଦେଖାଯାଏ । [୧] ରୋଗ ସାଂଘାତିକ ହେଲେ ବାତ (Seizures), କହିବା ସମସ୍ୟା, ସ୍ମୃତି ସମସ୍ୟା (memory problems), ଶ୍ରବଣ ସମସ୍ୟା (hearing) ଇତ୍ୟାଦି ସୃଷ୍ଟି ହୁଏ ।[୧]
ଏନସେଫାଲାଇଟିସ ରୋଗ ଅନେକ ପ୍ରକାରର ଭୁତାଣୁ (virus) ଯୋଗୁ ହୋଇପାରେ ଯଥା:- ହର୍ପିସ ସିମ୍ପ୍ଲେକ୍ସ ଭୁତାଣୁ (herpes simplex virus), ଜଳାତଙ୍କ, ଜୀବାଣୁ (en:bacteria) ଓ ପରଜୀବୀ (en:parasites) ।[୧][୨] ଏହା ବ୍ୟତୀତ ଅଟୋଇମ୍ମ୍ୟୁନ ରୋଗ (autoimmune diseases) ଓ କେତେକ ଔଷଧ ଯୋଗୁ ମଧ୍ୟ ହୋଇପାରେ । [୨] ଅନେକ କ୍ଷେତ୍ରରେ ଏହାର କାରଣ ସ୍ପଷ୍ଟ ହୋଇପାରେନି ।[୨] ଦୁର୍ବଳ ଇମ୍ମ୍ୟୁନ ପ୍ରଣାଳୀ (weak immune system) ଯୋଗୁ ମଧ୍ୟ ଏହା ହୋଇପାରେ । [୨] ଲକ୍ଷଣ ଅନୁଯାୟୀ ନିର୍ଣ୍ଣୟ କରିବା ପରେ ରକ୍ତ ପରୀକ୍ଷା (blood tests), ମେଡିକାଲ ଇମେଜିଙ୍ଗ (medical imaging), ସେରେବ୍ରୋସ୍ପାଇନାଲ ଫ୍ଲୁଇଡ (cerebrospinal fluid) ଆନାଲିସିସ ପରୀକ୍ଷା କରି ରୋଗ ନିଶ୍ଚିତ କରାଯାଏ । [୨]
ଟିକା (vaccine) ପ୍ରଦାନ କରି କିଛି ଏନସେଫାଲାଇଟିସ ରୋଗ ପ୍ରତିରୋଧ କରିହୁଅ ।[୫] ଆଣ୍ଟିଭାଇରାଲ ଔଷଧ (antiviral medication) ଯେପରିକି ଆସାଇକ୍ଲୋଭିର, ଆଣ୍ଟିକନଭଲସାଣ୍ଟ (anticonvulsants) ଓ କର୍ଟିକୋସ୍ଟିରଏଡ (corticosteroids) ଦେଇ ଚିକିତ୍ସା କରାଯାଇପାରେ ।[୧] ସାଧାରଣତଃ ଡାକ୍ତରଖାନାରେ ଚିକିତ୍ସା କରାଯାଏ ।[୧] କେତେକ ରୋଗୀ କୃତ୍ରିମ ଶ୍ୱାସକ୍ରିୟା (artificial respiration) ଆବଶ୍ୟକ କରନ୍ତି ।[୧] ପରିସ୍ଥିତି ନିୟନ୍ତ୍ରଣରେ ଆସିବା ପରେ ରିହାବିଲିଟେସନ (rehabilitation) କାର୍ଯ୍ୟକ୍ରମ ହାତକୁ ନିଆଯାଏ ।[୨] ସାରା ପୃଥିବୀରେ ସନ ୨୦୧୫ରେ ୪.୩ ନିୟୁତ ଲୋକଙ୍କୁ ଏହି ରୋଗ ହୋଇଥିଲା ଓ ୧୫୦,୦୦୦ ଲୋକ ମୃତ୍ୟୁ ବରଣ କରିଥିଲେ ।[୩][୪]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ "Meningitis and Encephalitis Information Page". NINDS. Archived from the original on 29 October 2017. Retrieved 29 October 2017.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Meningitis and Encephalitis Fact Sheet". National Institute of Neurological Disorders and Stroke. Archived from the original on 29 October 2017. Retrieved 29 October 2017.
- ↑ ୩.୦ ୩.୧ GBD 2015 Disease and Injury Incidence and Prevalence Collaborators (8 October 2016). "Global, regional, and national incidence, prevalence, and years lived with disability for 310 diseases and injuries, 1990–2015: a systematic analysis for the Global Burden of Disease Study 2015". Lancet. 388 (10053): 1545–1602. doi:10.1016/S0140-6736(16)31678-6. PMC 5055577. PMID 27733282.
{{cite journal}}
:|author=
has generic name (help)CS1 maint: numeric names: authors list (link) - ↑ ୪.୦ ୪.୧ GBD 2015 Mortality and Causes of Death Collaborators (8 October 2016). "Global, regional, and national life expectancy, all-cause mortality, and cause-specific mortality for 249 causes of death, 1980–2015: a systematic analysis for the Global Burden of Disease Study 2015". Lancet. 388 (10053): 1459–1544. doi:10.1016/S0140-6736(16)31012-1. PMC 5388903. PMID 27733281.
{{cite journal}}
:|author=
has generic name (help)CS1 maint: numeric names: authors list (link) - ↑ ୫.୦ ୫.୧ "Encephalitis". NHS Choices (in ଇଂରାଜୀ). 2016. Archived from the original on 22 September 2017. Retrieved 29 October 2017.