ଭୂମିକା ଦାଶ
ଭୂମିକା ଦାଶ | |
---|---|
ଜନ୍ମ | |
ବୃତ୍ତି | (ଓଡ଼ିଆ) ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୧୩ରୁ- ଏବେଯାଏଁ |
ଭୂମିକା ଦାଶ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ୨୦୧୩ ମସିହାରେ ଓଡ଼ିଆ କଥାଚିତ୍ର ରୁମ୍କୁ ଝୁମାନା ଚଳଚ୍ଚିତ୍ରରେ ଜଣେ ଶିଶୁ କଳାକାର ଭାବରେ ଅଭିନୟ ଆରମ୍ଭ କରିଥିଲେ । ଏହା ପରେ ସେ ଗପ ହେଲେ ବି ସତ ଚଳଚ୍ଚିତ୍ରରେ ମଧ୍ୟ ଜନେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ । ୨୦୧୭ ମସିହାରେ ଭୂମିକା ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ତରଙ୍ଗ ସିନେ ପ୍ରଡକ୍ସନ୍ର ୭ମ ଚଳଚ୍ଚିତ୍ର ତୁ ମୋ ଲଭ୍ ଷ୍ଟୋରୀ ଚଳଚ୍ଚିତ୍ରରେ ସେ ପ୍ରଥମ ଥର ପାଇଁ ନାୟିକା ଭାବରେ ଅଭିନୟ କରିଥିଲେ ।[୧][୨] ଭୂମିକା ଓଡ଼ିଶୀ ନୃତ୍ୟ ଶିକ୍ଷା କରିଛନ୍ତି ।[୩]
ପ୍ରାରମ୍ଭିକ ଜୀବନ
ଭୂମିକା ୨୦୦୩ ଜାନୁଆରୀ ୨୨ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୪] ଏବେ ଦଶମ ଶ୍ରେଣୀରେ ପାଠ ପଢ଼ୁଛନ୍ତି । ସେ ମୁଖ୍ୟ ନାୟିକା ଭାବରେ ଦୁଇଟି ଚଳଚ୍ଚିତ୍ର କରିସାରିବା ପରେ ଦଶମ ବୋର୍ଡ଼ ପରୀକ୍ଷା ପାଇଁ କିଛିଦିନ ପାଇଁ ଚଳଚ୍ଚିତ୍ର ଜଗତରୁ ବିରତି ନେଇଥିଲେ ।[୫][୬]
ଅଭିନୟ ଜୀବନ
ଶିଶୁ କଳାକାର
ଭୂମିକା, ୨୦୧୩ ମସିହାରେ ଓଡ଼ିଆ କଥାଚିତ୍ର ରୁମ୍କୁ ଝୁମାନା ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୭][୮] ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ତାପସ ସରଘରିଆ ।[୯][୧୦] ଏହି ଚଳଚ୍ଚିତ୍ରରେ ଭୂମିକାଙ୍କ ସହ ହରିହରି ମହାପାତ୍ର, ମିହିର ଦାସ, ହର ପଟ୍ଟନାୟକ, ପ୍ରିୟା ଚୌଧୁରୀ ପ୍ରମୁଖ ଅଭିନୟ କରିଥିଲେ । ଏହା ପରେ ତରଙ୍ଗ ସିନେ ପ୍ରଡକ୍ସନ୍ର ଚଳଚ୍ଚିତ୍ର ଗପ ହେଲେ ବି ସତ ଚଳଚ୍ଚିତ୍ରରେ ଏକ ଶିଶୁ କଳାକାର ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ଭୂମିକାଙ୍କୁ ୫ମ ତରଙ୍ଗ ସିନେ ଆୱାର୍ଡ଼ରେ ଶ୍ରେଷ୍ଠ ଶିଶୁ କଳାକାର ପୁରସ୍କାର ମିଳିଥିଲା ।[୧୧]
ନାୟିକା
୨୦୧୭ ମସିହାରେ ଭୂମିକା ନବମ ଶ୍ରେଣୀରେ ପଢୁଥିବା ବେଳେ ତରଙ୍ଗ ସିନେ ପ୍ରଡକ୍ସନ୍ର ୭ମ ଚଳଚ୍ଚିତ୍ର ତୁ ମୋ ଲଭ୍ ଷ୍ଟୋରୀରେ ନାୟିକା ଭାବରେ ଅଭିନୟ କରିଥିଲେ ।[୧୨] ଏହି ଚଳଚ୍ଚିତ୍ରରେ ଭୂମିକାଙ୍କ ସହ ନାୟକ ଭାବରେ ସ୍ୱରାଜ ବାରିକ ଅଭିନୟ କରିଥିଲେ ।[୧୩][୫] ସ୍ୱରାଜ ମଧ୍ୟ ଜଣେ ଶିଶୁ କଳାକାର ଭାରେ ପୂର୍ବରୁ ଅନେକ ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟିରେ ମିହିର ଦାସ, ପ୍ରଜ୍ଞା ଖଟୁଆ, ମନୋଜ ମିଶ୍ର, ଦେବାଶିଷ ପାତ୍ର, ଚୈଧୁରୀ ବିକାଶ ଦାସ, ପୃଥିରାଜ ନାୟକ ପ୍ରମୁଖ ଅଭିନେତା ଅଭିନୟ କରିଥିଲେ ।[୧୪] ଏହି ଚଳଚ୍ଚିତ୍ରଟି ସଫଳ ହୋଇଥିଲା । ଚଳଚ୍ଚିତ୍ର ପତ୍ରିକା "ଚଳଚ୍ଚିତ୍ର ଜଗତ"ର ପ୍ରତିଭା ସମ୍ମାନ ଉତ୍ସବରେ ଏହି ଚଳଚ୍ଚିତ୍ର ପାଇଁ ଭୂମିକାଙ୍କୁ ଶ୍ରେଷ୍ଠ ନବାଗତା ଅଭିନେତ୍ରୀ ପୁରସ୍କାର ମିଳିଥିଲା ।[୧୫]
୨୦୧୭ ଦୂର୍ଗାପୂଜା ସମୟରେ ମୁକ୍ତିଲାଭ କରିଥିବା କଥାଚିତ୍ର ହିରୋ ନଂ ୱାନ୍ରେ ଭୂମିକା ନାୟକ ବାବୁଶାନ୍ଙ୍କ ସହ ଅଭିନୟ କରିଥିଲେ ।[୧୬][୧୭][୧୮][୧୯][୨୦] ଏଥିରେ ସେ ଜଣେ ମହିଳା ସମ୍ବାଦଦାତା ଭାବରେ ଅଭିନୟ କରିଥିଲେ ।[୨୧] ତାପସ ସରଘରିଆ ପୁଣିଥରେ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨୨][୨୩] ଏହି କଥାଚିତ୍ରଟିରେ ମିହିର ଦାସ, କୁନା ତ୍ରିପାଠୀ, ପିଣ୍ଟୁ ନନ୍ଦ, ଦୀପକ ମିଶ୍ର, ଅସୀତ ପତି, ପୁଷ୍ପା ପଣ୍ଡା, ପ୍ରଦ୍ୟୁମ୍ନ ଲେଙ୍କା ଆଦି କଳାକାରମାନେ ଅଭିନୟ କରିଥିଲେ ।[୨୪][୨୫]
ଅଭିନୀତ କଥାଚିତ୍ର
ବର୍ଷ | ଚଳଚ୍ଚିତ୍ର | ମନ୍ତବ୍ୟ |
---|---|---|
୨୦୧୩ | ରୁମ୍କୁ ଝୁମାନା | ଶିଶୁ କଳାକାର ଭାବରେ ପ୍ରଥମ ଅଭିନୟ ଆରମ୍ଭ |
୨୦୧୫ | ଗପ ହେଲେ ବି ସତ | ବର୍ଷା |
୨୦୧୭ | ତୁ ମୋ ଲଭ୍ ଷ୍ଟୋରୀ | ନାୟିକା ଭାବରେ ପ୍ରଥମ ଅଭିନୟ |
ହିରୋ ନଂ ୱାନ୍ | ୨ୟ କଥାଚିତ୍ର | |
୨୦୧୮ | ଶ୍ରୀମାନ ସୁରଦାସ | |
୨୦୧୯ | ନାୟକର ନାଁ ଦେବଦାସ | |
ତୁ ମୋ ଲଭ୍ ଷ୍ଟୋରୀ ୨[୨୬] | ||
୨୦୨୧ | ଚକ୍ଷୁବନ୍ଧନ[୨୭] | |
୨୦୨୧ | ମନ ମୋ ନେଇଗଲୁ ରେ[୨୬] |
ପୁରସ୍କାର ଏବଂ ସମ୍ମାନ
୨୦୧୪: ୫ମ ତରଙ୍ଗ ସିନେ ଆୱାର୍ଡ଼- ଶ୍ରେଷ୍ଠ ଶିଶୁ କଳାକାର[୧୧]
ଆଧାର
- ↑ "ତରଙ୍ଗର ନୂଆ ନାୟିକା". ସମାଜ. 12 November 2017. Retrieved 12 November 2017.[permanent dead link]
- ↑ ""Bhoomika Dash"- Ready To Bind Audiance With Her Superb Acting Skills". E News ଓଡ଼ିଆ. 13 February 2017. Retrieved 6 April 2017.
- ↑ "Gaap". ଓ ଟିଭି. 3 April 2017. Retrieved 7 April 2017.
- ↑ "ମୋ ଅନୁଭୁତି". No. ଧରିତ୍ରୀ ମେଟ୍ରୋ ମିଜାଜ ୧୮/୧୦/୨୦୧୮. Retrieved 23 October 2018.
- ↑ ୫.୦ ୫.୧ "ପରୀକ୍ଷା ଦେବେ ଭୂମିକା ! ଅଭିନୟରୁ ନେଲେ ବିରତି !". କନକ ନ୍ୟୁଜ୍. 1 November 2017. Retrieved 1 November 2017.
- ↑ "ବ୍ରେକ୍ ନେଇଛନ୍ତି ଭୂମିକା, ଏ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା". sambad.in. 1 November 2017. Retrieved 2 November 2017.
- ↑ "ଦେବଦାସଙ୍କ ପ୍ରେମିକା ଭୂମିକାରେ ଓଲିଉଡର ଏହି ଟିନଏଜର୍ ନାୟିକା". sambad.in. 26 April 2018. Retrieved 6 June 2018.
- ↑ "'ତୁ ମୋ ଲଭ୍ଷ୍ଟୋରୀ' ଚଳଚ୍ଚିତ୍ରରେ ଭୂମିକାଙ୍କ ଚମତ୍କାର ଅଭିନୟ". Odisha Live. 24 April 2017. Archived from the original on 11 August 2017. Retrieved 15 October 2017.
- ↑ "ଆଜି ଶୁଭମୁକ୍ତି 'ହିରୋ ନମ୍ବର ଓ୍ବାନ୍'". sambad.in. 24 September 2017. Archived from the original on 18 October 2017. Retrieved 15 October 2017.
- ↑ "ଦଶହରାରେ ପ୍ରଥମ ଥର ପାଇଁ ଓଲିଉଡ୍ କଳାକାର". Fast Mail TV. 26 September 2017. Archived from the original on 18 October 2017. Retrieved 15 October 2017.
- ↑ ୧୧.୦ ୧୧.୧ "Tarang Cine Awards 2014 Winners". IncredibleOrissa.com. 10 March 2014. Retrieved 7 April 2017.
- ↑ "ଭୋଜପୁରୀ ଫିଲ୍ମରେ ଭୂମିକା". ପ୍ରମେୟ. No. ତାରକା ଦୁନିଆ. 25 January 2023. p. 25. Archived from the original on 22 March 2023. Retrieved 22 March 2023.
- ↑ "ନୂଆ ଉପାୟ". ସମାଜ. 2 April 2017. Retrieved 6 April 2017.[permanent dead link]
- ↑ "Tu Mo Love Story- Teen Age Love Story Based Odia Movie Releasing on 7th April". E News ଓଡ଼ିଆ. 5 April 2017. Retrieved 6 April 2017.
- ↑ "'ଚଳଚ୍ଚିତ୍ର ଜଗତ' ପୁରସ୍କାର ସମାରୋହ". sambad.in. 8 January 2018. Retrieved 15 February 2018.
- ↑ "ସାବାସ୍ ସୁରଦାସ". ସମାଜ (ରବିବାର) (in Odia). ଓଡ଼ିଶା. 23 September 2018. p. 8. Archived from the original on 28 September 2018. Retrieved 28 September 2018.
{{cite news}}
: CS1 maint: unrecognized language (link) - ↑ "ଭୂମିକାଙ୍କ ନୂଆ ଭୂମିକା". samaj live. 7 August 2017. Archived from the original on 9 August 2017. Retrieved 8 September 2017.
- ↑ "ଦଶହରା ସିନେମା ବଜାର: ଏଥର ବି ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ !". sambad.in. 20 September 2017. Archived from the original on 21 September 2017. Retrieved 21 September 2017.
- ↑ "Hero No.1 Babusan Bhoomika Odia New Movie Info, Cast, Crews, Mp3 Songs, HD Videos, Reviews". Odia360.com. 11 August 2017. Retrieved 8 September 2017.
- ↑ "ପୂଜା ବଜାରରେ ପ୍ରଥମ ଥର ପାଇଁ ଏହି ଓଲିଉଡ୍ କଳାକାର". ସମ୍ବାଦ. 26 September 2017. Retrieved 26 September 2017.[permanent dead link]
- ↑ "'ହିରୋ ନମ୍ବର ଓ୍ବାନ୍'ରେ କେଉଁ ଭୂମିକାରେ ଅଛନ୍ତି ଓଲିଉଡ୍ ନାୟିକା ଭୂମିକା?". ସମ୍ବାଦ. 9 September 2017. Archived from the original on 13 September 2017. Retrieved 10 September 2017.
- ↑ "ଓଲିଉଡର ପୂଜାବଜାର ଏକଦମ୍ ସରଗରମ!". sambad.in. 29 September 2017. Retrieved 1 October 2017.
- ↑ "Babushan Mohanty And Bhoomika Dash In The Upcoming Movie "Hero No 1"". E News ଓଡ଼ିଆ. 21 July 2017. Retrieved 8 September 2017.
- ↑ "କାବୁଲା ଶିବା ଦେବେ ହିରୋକୁ ଟକ୍କର". ସମାଜ. 24 September 2017. Retrieved 30 September 2017.[permanent dead link]
- ↑ "ପୂଜାରେ ତିନି". ସମ୍ବାଦ. 18 September 2017. Archived from the original on 21 September 2017. Retrieved 21 September 2017.
- ↑ ୨୬.୦ ୨୬.୧ "୨୦୨୧ରେ ଏହି ଜଣାଶୁଣା ନାୟକଙ୍କ ସହ ଦୁଇଟି ସିନେମାରେ ନଜର ଆସିବେ ଭୂମିକା | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 1 January 2021. Archived from the original on 13 November 2021. Retrieved 13 November 2021.
- ↑ "Know What Ollywood Actress Bhoomika Says On OTT Platforms, Ollywood & Others". Odisha Bytes (in English). Bhubaneswar. 2 May 2021. Archived from the original on 3 May 2021. Retrieved 10 November 2021.
{{cite news}}
: CS1 maint: unrecognized language (link)